ବଦଳିଲା ରାଷ୍ଟ୍ରପତି ଭବନର ୨ଟି ଗୁରୁତ୍ବପୂର୍ଣ୍ଣ ହଲର ନାଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦର୍ବାର ହଲ୍ ଏବଂ ଅଶୋକା ହଲ୍ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଦର୍ବାର ହଲ୍ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍ ‘ଅଶୋକ ମଣ୍ଡପ’ ନାମରେ ପରିଚିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାମ ପରିବର୍ତ୍ତନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ, ରାଷ୍ଟ୍ରପତି ଭବନ ହେଉଛି ଦେଶର ପ୍ରତୀକ ଏବଂ ଲୋକଙ୍କ ଅମୂଲ୍ୟ ଐତିହ୍ୟ।

ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପରିଚୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.