୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ରାଜ୍ୟପାଳ ନିଯୁକ୍ତ । ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ. ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ।

ରାଜସ୍ଥାନର ନୂଆ ରାଜ୍ୟପାଳ ହରିଭାଓ କିଷାନରାଓ ବାଗ୍‌ଦେ ହୋଇଥିବା ବେଳେ ତେଲେଙ୍ଗାନାର ରାଜ୍ୟପାଳ ହୋଇଛନ୍ତି ଜିଷ୍ଣୁଦେବ ବର୍ମା । ସେହିପରି ଓମ୍‌ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ, ସନ୍ତୋଷ କୁମାର ଗାଙ୍ଗୱାରଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ, ବିଶ୍ଵଭୁଷଣ ହରିଚନ୍ଦନଙ୍କ ସ୍ଥାନରେ ରାମେନ ଡିକାଙ୍କୁ ଛତିଶଗଡ଼ର ରାଜ୍ୟପାଳ, ସିଏଚ୍ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ, ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ, ଗୁଲାବ ଚାନ୍ଦ କଟରିଆଙ୍କୁ ପଞ୍ଜାବ ରାଜ୍ୟପାଳ ସହ ଓ ଚଣ୍ଡିଗଡ଼ର ଅତିରକ୍ତି, ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଓ ମଣିପୁରର ଅତିରକ୍ତି ରାଜ୍ୟପାଳ ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।

ଅନ୍ୟପକ୍ଷରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି ରାଷ୍ଟ୍ରପତି।

Leave A Reply

Your email address will not be published.