ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କଲା ଓଡ଼ିଶା ଭିଜିଲାନ୍ସ

ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଏଥିରେ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି।

ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେଇଥିବା ଦୁଇଟି ମାମଲା ଏବଂ ଗତକାଲି ଯେଉଁ ନାମହୀନ ଚେକ୍ ମାଧ୍ୟମରେ ଲାଞ୍ଚ ନିଆଯାଇଛି। ସମସ୍ତ ମାମଲାରେ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଫୋନ୍ ପେ / ବ୍ୟାଙ୍କ ଆକାଉଣ୍ଟରେ ଲାଞ୍ଚ ନେଇ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

ଆଗକୁ ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେଉଥିବା ବ୍ୟକ୍ତି ଏବଂ ସେମାନଙ୍କ ସୁବିଧା ଦେଉଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି,  ମନେରଖନ୍ତୁ, ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଆପଣ ସୁରକ୍ଷିତ ନୁହଁନ୍ତି। ଆମେ ଡିଜିଟାଲ୍ ନେଣଦେଣ ଉପରେ ନଜର ରଖିଛୁ।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ପ୍ରଥମ ମାମଲା ଯେତେବେଳେ ଜଣେ ଅଧିକାରୀ ହାତାହାତି ନୁହେଁ ଅନଲାଇନ ମୋଡରେ ଲାଞ୍ଚ ଟଙ୍କା ନେଉଥିଲେ। ଏହି ଅଧିକାରୀ ଜଣକ ହେଉଛନ୍ତି ଟାଟା ପାୱାର ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟର ଓଏଜି-୩  ତରୁଣ ରଂଜନ ନାୟକ। ସେହିପରି ଏହି ଲାଞ୍ଚ ନେବାରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହଯୋଗୀ ଶ୍ରୀମତୀ ଶୈଳଜା ମୁଦୁଲି।

ମିଳିଥିବା ସୂଚନା ମୁତାବକ, ଅଭିଯୋଗକାରୀଙ୍କ ଘରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଏହି ଲାଞ୍ଚ ଟଙ୍କା ନେଇଥିଲେ। ଗତକାଲି ତରୁଣ ରଂଜନ ନାୟକ ଅଭିଯୋଗକାରୀଙ୍କୁ ୧୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ହାତାହାତି ନୁହେଁ ଫୋନ ପେ ମାଧ୍ୟମରେ ହିଁ ଟଙ୍କା ଦେବାକୁ ସଫା ସଫା କହିଦେଇଥିଲେ। ଏହି ଟଙ୍କା ଶୈଳଜାଙ୍କ ଫୋନପେକୁ ପଠାଇବାକୁ କହିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ତରୁଣଙ୍କ ସହଯୋଗୀ ଦେଇଥିବା ଫୋନ୍ ପେ ନମ୍ବରରେ ୧୦,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉଭୟଙ୍କୁ ଗିରଫ କରାଯାଇଛି |

Leave A Reply

Your email address will not be published.