ସିଙ୍ଗାପୁର: ଭାରତର ଡି ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଥିବା ବେଳେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭ୍ଲାଡିମିର କ୍ରାମନିକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ରୁଷିଆର ଏହି ଚେସ ଖେଳାଳି କହିଛନ୍ତି ଲିରେନ ଜାଣିଶୁଣି ମ୍ୟାଚ ହାରିଛନ୍ତି ।
ଏପରିକି ଚେସର ଅନ୍ତ ଘଟିଛି ବୋଲି ଏହି ମହାନ ଖେଳାଳିଜଣଙ୍କ କହିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଫିଡେ ଏହି ମ୍ୟାଚର ତଦନ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି । ଚୀନ ଖେଳାଳିଙ୍କ ମୁଭ ସମ୍ପୂର୍ଣ୍ଣ ଭାବେ ସନ୍ଦେହ ସୃଷ୍ଟି କରିଛି ।