ୱାୟାନାଡ: ମାଲାୟଲମ୍ ଅଭିନେତା ତଥା ଭାରତୀୟ ଟେରିଟେରାଲ୍ ଆର୍ମିର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୋହନଲାଲ ଶନିବାର ଦିନ ଭୂସ୍ଖଳନରେ କ୍ଷତିଗ୍ରସ୍ତ ୱାୟାନାଡରେ ପହଞ୍ଚିଥିଲେ। ଏହି ସମୟରେ ସେ ସେନା ୟୁନିଫର୍ମ ପିନ୍ଧିଥିବା ନଜର ଆସିଥିଲେ।
ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ପାଇଁ ତିନି କୋଟି ଟଙ୍କା ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି।
ସୂଚନା ଅନୁଯାୟୀ, ଆଜି ମେପ୍ପାଡିରେ ସେନା ଶିବିରରେ ପହଞ୍ଚିଥିବା ଏହି ଅଭିନେତା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ପରେ ଅନ୍ୟମାନଙ୍କ ସହ ଭୂସ୍ଖଳନ ଜୋନକୁ ଯାଇଥିଲେ।
ଏହାବ୍ୟତୀତ ସେ ଚୋରାଲମାଲା, ମୁଣ୍ଡାକ୍କାଇ ଏବଂ ପୁଞ୍ଚିରିମାଟମ୍ ପରିଦର୍ଶନ କରିଥିଲେ ଏବଂ ସେନା ତଥା ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ଉଦ୍ଧାରକାରୀ ଟିମଙ୍କ ସହ ଆଲୋଚନା କରିଥିଲେ।
ତେବେ ୨୦୦୯ରେ ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ସମ୍ମାନିତ ହୋଇଥିଲେ ଏହି ଅଭିନେତା।