ଭାରତରେ ଶରଣ ନେଲେ କି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡିବାର କିଛି ଘଣ୍ଟା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ସନ୍ଧ୍ୟାରେ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଅବତରଣ କରିଛନ୍ତି।

ଆଜି ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଢାକା ଛାଡି ଦେଇଥିଲେ।

ଅପରପକ୍ଷରେ ବାଂଲାଦେଶର ଏକ ବାୟୁସେନା ବିମାନ C-130 ଗୟା ପାର ହୋଇ ବାରାଣାସୀ ନିକଟରେ ଅପରାହ୍ନ ୪ଟା ସମୟରେ ଟ୍ରାକିଂ କରିଥିଲେ ଭାରତୀୟ କର୍ତ୍ତୃପକ୍ଷ।

ଅନ୍ୟପଟେ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା। ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛି ସେନାବାହିନୀ। ଏଥିସହ ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ।

ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ସରକାରୀ ଚାକିରୀରେ ସଂରକ୍ଷଣକୁ ନେଇ ଛାତ୍ରମାନଙ୍କର ବିରୋଧ ଲଗାତାର ଜାରି ରହିଛି । ସ୍ଥିତି ଅସମ୍ଭାଳ ହେବାରୁ ରବିବାର ସନ୍ଧ୍ୟାରୁ ଦେଶରେ କର୍ଫ୍ୟୁ ଜାରି ରହିଛି । ଏମିତିକି ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ ସହିତ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.