ସିସୋଡିଆଙ୍କୁ ମିଳିବ କି ଜାମିନ? ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆ ଜାମିନ ପାଇବେ କି ନାହିଁ ତାହା ଆଜି ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ନେବେ। ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଡିଆଙ୍କ ଜାମିନ ଉପରେ ମଙ୍ଗଳବାର ରାୟ ଶୁଣାଇବେ। ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ଏହି ନିଷ୍ପତ୍ତି ନିଆଯିବ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ନିମ୍ନ ଅଦାଲତର ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ନିମ୍ନ ଅଦାଲତ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଗତ ଶୁଣାଣିରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ସିବିଆଇ ବିରୋଧ କରିଥିଲା। ସେହିପରି ଗତ ଶୁଣାଣିରେ ହାଇକୋର୍ଟ ମନୀଷ ସିସୋଡିଆଙ୍କ ଜାମିନ ଉପରେ ୧୧ ମେ’କୁ ସଂରକ୍ଷିତ ରଖିଥିଲେ।

Leave A Reply

Your email address will not be published.