ପ୍ୟାରିସ: ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଆଉ ଜଣେ ଭାରତୀୟ ରେସଲର ଅନ୍ତିମ ପଙ୍ଘାଲ ବିବାଦରେ ପଡିଛନ୍ତି । ଏପରିକି ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଅନ୍ତିମ ଏବଂ ଟିମକୁ କ୍ରୀଡା ଭିଲେଜ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମୁତାବକ ଅନ୍ତିମ ତାଙ୍କର ଅଧିକାରୀକ ମାନ୍ୟତା କାର୍ଡ ନିଜ ଛୋଟ ଭଉଣୀଙ୍କୁ ବ୍ୟବହାର କରିବା ପାଇଁ ଦେଇଥିଲେ ।
ସୁରକ୍ଷାକର୍ମୀ ତାଙ୍କ ଭଉଣୀଙ୍କୁ ଧରିବା ପରେ ଏହି ବିବାଦ ସମ୍ମୁଖକୁ ଆସିଥିଲା । ଫ୍ରାନ୍ସର ସୁରକ୍ଷା ଅଧିକାରୀ ଆଇଓଏକୁ ଏ ସମ୍ପର୍କରେ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।