ଅଗ୍ନିକାଣ୍ଡ ଗୁଜବ; ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ

 

ଶାହାଜାହାନପୁର: ୟୁପିର ଶାହାଜାହାନପୁର-ବରେଲି ସୀମାରେ ରବିବାର ଦିନ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରେନ ଯାତ୍ରୀ। ହାଓ୍ଵଡ଼ା-ଅମୃତସର ଏକ୍ସପ୍ରେସର କୋଚରେ ନିଆଁ ଲାଗିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଯାହାପରେ ଯାତ୍ରୀ ମାନେ ଦୌଡାଦୌଡି କରିବା ଯୋଗୁ ଟ୍ରେନ ଭିତରେ ଦଳାଚକଟା ସ୍ଥିତି ଉପୁଜିଥିଲା।

ଟ୍ରେନର ଏମରଜେନ୍ସି ଚେନ୍ ଟାଣି ଅଧା ଡଜନ ଯାତ୍ରୀ ବ୍ରିଜରୁ ୨୦ଫୁଟ ତଳକୁ ଡେଇଁପଡିଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ତେବେ ଟ୍ରେନକୁ ଅଟକାଯାଇ ଖାଲି କରାଯାଇଥିଲେ ମଧ୍ଯ କୌଣସି ସନ୍ଦେହଜନକ ତଥ୍ୟ କିମ୍ବା କୌଣସି କୋଚରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିନଥିଲା।

ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏନେଇ ତଦନ୍ତ ହେବ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

 

Leave A Reply

Your email address will not be published.