ଆପଣ ବି ଶ୍ରୀଦେବୀଙ୍କ ବଡ଼ ପ୍ରଶଂସକ କି ? ଓଟିଟିରେ ଦେଖନ୍ତୁ ୮ଟି ଲୋକପ୍ରିୟ ଫିଲ୍ମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅପ୍ରତିଦ୍ୱନ୍ଦୀ ନାୟିକା ଥିଲେ ଶ୍ରୀଦେବୀ। ସେ ସମସ୍ତ ପ୍ରକାର ଚରିତ୍ରକୁ ଶତ ପ୍ରତିଶତ ନ୍ୟାୟ ଦେଇପାରୁଥିଲେ। ତାଙ୍କ ନୃତ୍ଯ, ସଂଳାପ କହିବାର ଶୈଳୀ ମଧ୍ୟ ଥିଲା ସବୁଠୁ ନିଆରା। ତାଙ୍କର ପରଲୋକ ହେବା ପରେ ମଧ୍ୟ ତାଙ୍କର ସୁପରହିଟ ଫିଲ୍ମ ତାଙ୍କୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଜୀବିତ ରଖିଛି। ନିଖୁଣ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଶ୍ରୀଦେବୀ।

କୋଟି କୋଟି ପ୍ରଶଂସକ ସୃଷ୍ଟି କରିଯାଇଛନ୍ତି ଶ୍ରୀଦେବୀ। ଅନେକ ଆଜି ବି ଶ୍ରୀଦେବୀଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ଆପଣ ବି ଶ୍ରୀଦେବୀଙ୍କର ଜଣ ବଡ଼ ପ୍ରଶଂସକ କି ? ଯଦି ହଁ ତେବେ ସେ ଅଭିନୟ କରିଥିବା ୮ଟି ଲୋକପ୍ରିୟ ଫିଲ୍ମ ଦେଖନ୍ତୁ ଓଟିଟି ପ୍ଲାଟଫର୍ମରୁ।

ଇଙ୍ଗ୍ଲିଶ୍ ବିଙ୍ଗଲିଶ୍, ଗୁମରାହ, ଲାଡଲା, ମିଷ୍ଟର ଇଣ୍ଡିଆ, ଜୁଦାଇ, ଚାନ୍ଦନୀ, ଚାଲ୍‌ବାଜ, ସଦ୍‌ମା। ଓଟିଟିରେ ଦେଖନ୍ତୁ ଏହି ୮ଟି ଲୋକପ୍ରିୟ ଫିଲ୍ମ। ଏହି ସମସ୍ତ ଫିଲ୍ମ ପ୍ରେକ୍ଷାଳୟରେ ଭଲ ଚାଲିଥିଲା। ଆଜି ବି ଲୋକେ ଏହି ଫିଲ୍ମଗୁଡିକୁ ମନେ ପକାଇଥାନ୍ତି। ଏହି ସମସ୍ତ ଫିଲ୍ମରେ ଶ୍ରୀଦେବୀଙ୍କ ଅଭିନୟକୁ ମିଳିଥିଲା ଦର୍ଶକୀୟ ଆଦୃତ। ସେ ଏତେ ସୁନ୍ଦର ଅଭିନୟ କରିଛନ୍ତି ଯେ, ଯାହାକୁ ଦେଖିଲେ ଦର୍ଶକ ପ୍ରଶଂସା ନ କରି ରହିପାରନ୍ତି ନାହିଁ।

Leave A Reply

Your email address will not be published.