ନୂଆଦିଲ୍ଲୀ: ଜୁନ୍ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୪୩୦୯୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୮ ଜଣ, ଆସାମରେ ୮ ଜଣ, ବିହାରରେ ୪୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୮ ଜଣ, ଦିଲ୍ଲୀରେ ୧୪୦୦ ଜଣ, ଗୁଜରାଟରେ ୧୫୦୫ ଜଣ, ହରିୟାଣାରେ ୧୦୦ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୨ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୮୯ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୬୫ ଜଣ, ମହାରାଷ୍ଟ୍ରରେ ୪୧୨୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୫ ଜଣ, ପଞ୍ଜାବରେ ୭୧ ଜଣ, ରାଜସ୍ଥାନରେ ୩୦୧ ଜଣ, ତାମିଲନାଡୁରେ ୪୭୯ ଜଣ, ତେଲେଙ୍ଗାନାରେ ୧୮୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୪ ଜଣ, ଉତ୍ତରପ୍ରଦେଶରେ ୩୯୯ ଜଣ ଏବଂ ପଶ୍ଚମବଙ୍ଗରେ ୪୮୫ ଜଣ ।
Comments are closed.