ଖଲ୍ଲିକୋଟରେ ଚାଞ୍ଚଲ୍ୟ, ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ। ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଲଙ୍ଗଳେଶ୍ବର ଗାଁରେ ଏକ ଗ୍ରୋସସରୀ ଦୋକାନ ଭିତରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। ଋଣଭାରରୁ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।

ଗଞ୍ଜାମ ଜିଲା ଖଲ୍ଲିକୋଟ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୋକାନ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତଳେ ପଡିଛି ସ୍ୱାମୀଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ।

ସୂଚନା ଅନୁସାରେ ମୃତ ଦମ୍ପତ୍ତି ହେଲେ ଦିଲୀପ ପାହାନ ଓ ରଶ୍ମୀ ପାହାନ। ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.