ଚେନ୍ନଇ: କର୍ଣ୍ଣାଟକର ଚାମରାଜନଗରରେ ଭାରତୀୟ ବାୟୁସେନାର ଏକ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ ଓ ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏଥିରେ ଜଣେ ମହିଳା ପାଇଲଟ୍ ସମେତ ମୋଟ୍ ଦୁଇ ଜଣ ପାଇଲଟ୍ ଥିଲେ। କୁହାଯାଉଛି ଯେ, ଉଭୟ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଯାଞ୍ଚ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ରାଜସ୍ଥାନର ହନୁମାନଗଡ଼ରେ ମଧ୍ୟ ଭାରତୀୟ ବାୟୁସେନାର ଗୋଟାଏ ‘ମି-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଜଣ ସାଧାରଣ ଲୋକ ମୃତ୍ୟୁ ବରଣ କରିଥିଲେ। ନିୟମିତ ତାଲିମ୍ ଅଭିଯାନରେ ଥିବା ଉକ୍ତ ବିମାନଟି ଗୋଟାଏ ଘର ଉପରେ ଖସିପଡ଼ିଲା। କିନ୍ତୁ, ଏଥିରେ ଥିବା ପାଇଲଟ୍ ଦୁଇଜଣ ବର୍ତ୍ତିଯାଇଥିଲେ ବି ସାମାନ୍ୟ ଆହତ ହୋଇଥିଲେ।

ସୋଭିଏତ୍ ଦେଶ ଅମଳରେ ନିର୍ମିତ ‘ମିଗ୍’ ବିମାନ ସବୁ ଭାରତୀୟ ବାୟୁସେନାରେ ସାମିଲ କରାଯିବାଠାରୁ ପ୍ରାୟ ୪୦୦ ଦୁର୍ଘଟଣାର ସମ୍ମୁଖୀନ ହେଲେଣି। ଏହାର ତଦନ୍ତ ନିମନ୍ତେ ବାୟୁସେନାରେ ଥିବା ସମସ୍ତ ‘ମିଗ୍’ ବିମାନ ଉଡ଼ାଣ ବନ୍ଦ କରାଯାଇଛି।