ଅଭିନୟ ଜଗତରେ ଏଣ୍ଟ୍ରି କରିବେ କି ରାହୁଲ ଦ୍ରାବିଡ଼?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଦି ୱାଲ୍ ଭାବେ ଜଣାଶୁଣା କ୍ରିକେଟର ରାହୁଲ ଦ୍ରାବିଡ଼ ଏବେ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି।

ଦ୍ରାବିଡ଼ ନିଜେ ଏନେଇ ହିଣ୍ଟସ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଯେଉଁ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, କିନ୍ତୁ ସିନେମାରେ ପାଦ ଦେବା ପୂର୍ବରୁ ଏହି ଖେଳାଳି ଏକ ସର୍ତ୍ତ ରଖିଛନ୍ତି। ରାହୁଲ ଦ୍ରାବିଡ ଏବେ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଆଗ୍ରହ ଦେଖାଇଛନ୍ତି।

CEAT ପୁରସ୍କାର ବିତରଣ ଉତ୍ସବରେ ଯେତେବେଳେ ତାଙ୍କୁ ତାଙ୍କ ବାୟୋପିକ୍ ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚରା ଯାଇଥିଲା, ସେତେବେଳେ ସେ ଫିଲ୍ମକୁ ଆସିବାକୁ ନେଇ ହିଣ୍ଟସ ଦେଇ ହସି ହସି ମଜାଳିଆ ଢଙ୍ଗରେ କହିଥିଲେ ଯେ ଯଦି ଯଥେଷ୍ଟ ଟଙ୍କା ମିଳିବ, ତେବେ ମୁଁ ନିଜେ ଅଭିନୟ କରିବି।

ଯାହା ପରେ ସେ ଫିଲ୍ମରେ ଅଭିନୟ କରିବାକୁ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି। ଏବେ ଦେଖିବାକୁ ବାକି ରହିଲା ଯେ କପିଲ ଦେବ, ଧୋନି ଏବଂ ଅଜହରୁଦ୍ଦିନଙ୍କ ଭଳି କ୍ରିକେଟରଙ୍କ ତାଲିକାରେ ରାହୁଲ ଦ୍ରାବିଡ଼ ସାମିଲ ହେବେ କି, ଯେଉଁମାନଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଇଛି।

Leave A Reply

Your email address will not be published.