ରାଜ୍ୟରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୬ଟି ଗେଟ୍

ଭୁବନେଶ୍ୱର; ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ତେଣୁ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦର ୬ଟି ଗେଟ୍‌ ଖୋଲାଯାଇଛି l ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ l ତେବେ ଗେଟ ଖୋଲାଯିବ ପୂର୍ବରୁ ସାଇରନ୍ ବଜାଇ ସମସ୍ତ ତଳିଆ ଅଂଚଳ ଲୋକମାନଙ୍କୁ ସତର୍କ କରାଯାଇଛି l ପୂର୍ବାହ୍ନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୦.୯୧ ଫୁଟ୍‌ ଥିଲା l

ସେପଟେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦୁଇ ଦିନ ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରାଯାଉଛି। ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂଷ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ l

Leave A Reply

Your email address will not be published.