୧୨ଟି ଶିଳ୍ପ ନୋଡ୍ /ସହରକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ ଶିଳ୍ପ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବ ଉପରେ ମୋହର ବାଜିଛି । ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ।

କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜାହିରାବାଦ, ଆନ୍ଧ୍ରପ୍ରଦେଶର ଓର୍ଭାକଲ ଓ କୋପ୍ପର୍ତ୍ତି ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ଏହି ଶିଳ୍ପାଞ୍ଚଳ ଅବସ୍ଥିତ।

ଏହି ନୂଆ ମଞ୍ଜୁରି ବ୍ୟତୀତ ଏନଆଇସିଡିପିରେ ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଏବେ ଆଉ ୪ଟି କାର୍ଯ୍ୟକାରୀ ହେଉଛି। ଏହି କ୍ରମାଗତ ପ୍ରଗତି ଭାରତର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଓ ସମାବେଶୀ ଆର୍ଥିକ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

Leave A Reply

Your email address will not be published.