ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ଯୁବ ଖେଳାଳି ୱିଲ ପୁକୋଭିସକଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା । ଏହା ଗ୍ରହଣୀୟ ହେଉ ନ ଥିଲେ ମଧ୍ୟ ସତ୍ୟ । କ୍ରିକେଟ ଇତିହାସର ଏହା ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଥିଲା । ୨୬ ବର୍ଷୀୟ ପୁକୋଭିସକ ଅଷ୍ଟ୍ରେଲିଆ ପକ୍ଷରୁ ଗୋଟିଏ ଟେଷ୍ଟ ଖେଳିଛନ୍ତି ।
ତାଙ୍କ ବ୍ୟାଟିଂ ଟେକନିକ ଏତେ ଖରାପ ଥିଲା ଯେ, ସ୍ୱଳ୍ପ ସମୟ କ୍ୟାରିୟର ମଧ୍ୟରେ ୧୩ ଥର ବଲ ତାଙ୍କ ହେଲମେଟରେ ବାଜିଥିଲା । ଅବସର ନେବା ପାଇଁ ଡାକ୍ତର ମଧ୍ୟ ତାଙ୍କୁ ପରାମର୍ଶ ଦେଇଥିଲେ । ପୁକୋଭିସକଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଟିମର ପରର୍ବତୀ ଷ୍ଟାର ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଉଥିଲା ।