ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଏପରି ଥିଲା ପୂର୍ବତନ ପ୍ରେମିକା ଅଙ୍କିତାଙ୍କ ପ୍ରତିକ୍ରିିୟା, ‘ପବିତ୍ର ରିସ୍ତା’ରେ ହୋଇଥିଲେ ମାନବ-ଅର୍ଚ୍ଚନା

ମୁମ୍ବାଇ: ଟିଭି ତଥା ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅକାଳ ବିୟୋଗ ସାରା ବଲିଉଡ୍‌କୁ ସ୍ତବ୍ଧ କରିଛି। ଯଦିଓ ସୁଶାନ୍ତଙ୍କ ଜୀବନରେ ଅନେକ ଯୁବତୀ ପ୍ରେମିକା ଭାବେ ଆସିଛନ୍ତି ମାତ୍ର ‌ଏବେ ବି ଦର୍ଶକ ସୁଶାନ୍ତଙ୍କ ସହ ‘ପବିତ୍ର ରିସ୍ତା’ରେ ଅର୍ଚ୍ଚନାଙ୍କ ଭୂମିକା ନିଭାଇଥିବା ଅଙ୍କିତା ଲୋଖଣ୍ଡେଙ୍କୁ ‌ମନେ ପକାନ୍ତି। ଦୀର୍ଘ ୬ ବର୍ଷ କାଳ ପ୍ରେମ ସଂପର୍କରେ ରହିଥିବା ସୁଶାନ୍ତ ଓ ଅଙ୍କିତା ଦେଶର ଘରେ ଘରେ ପରିଚିିତ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ କିପରି ହୋଇଥିବ ଅଙ୍କିତାଙ୍କ ଅବସ୍ଥା?

ଜାଣିରଖନ୍ତୁ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏକ ଗଣମାଧ୍ୟମ ଚ୍ୟାନେଲ୍‌ ଅଙ୍କିତା ଲୋଖଣ୍ଡେଙ୍କୁ ଯୋଗାଯୋଗ କରିଥିଲା। ଅଙ୍କିତାଙ୍କୁ ଯେତେବେଳେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଦିଆଗଲା ଅଙ୍କିତା କହିଥିଲେ କ’ଣ(କ୍ୟା)? ତା’ପରେ ସେ ଫୋନ୍‌ କାଟି ଦେଇଥିଲେ। ଅଙ୍କିତାଙ୍କ ଏହି ଗୋଟାଏ ଶବ୍ଦ ହିଁ ତାଙ୍କର ସମସ୍ତ ଭାବପ୍ରବଣତା ବ୍ୟାଖ୍ୟା କରିବାକୁ ଯଥେଷ୍ଟ ଥିଲା।

Leave A Reply

Your email address will not be published.