ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯିବା ପରେ ତାଙ୍କର କଟକର ଏସସିବିରେ ମୃତ୍ୟୁ ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟା ପାଖାପାଖି ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଇପୁର ଛକରେ ସାମାନ୍ୟ ବଚସାରୁ ଶିକୁନି ବିଶ୍ବାଳ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଝଗଡ଼ା ହୋଇଥିା କୁହାଯାଉଛି। ସଂଘବଦ୍ଧ ଆକ୍ରମଣ ଫଳରେ ଶିକୁନି ବିଶ୍ବାଳଙ୍କ ଅବସ୍ଥା ଗୁରୁତର ହୋଇଥିଲା।