ଭାଜପା ବ୍ରହ୍ମପୁର ମହିଳା ମୋର୍ଚ୍ଚା ର ସକ୍ରିୟ ସଦସ୍ୟତା ଅଭିଯାନ କର୍ମଶାଳା

 

ଆଜି ଭାରତୀୟ ଜନତା ପାର୍ଟି, ମହିଳା ମୋର୍ଚ୍ଚା, ବ୍ରହ୍ମପୁର ତରଫରୁ ବିଧାୟକ କେ.ଅନିଲ କୁମାର ଙ୍କ ଅଧକ୍ଷତା ରେ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡର ବିଜେପି ମହିଳା କାର୍ଯ୍ୟକତା ମାନଙ୍କୁ ନେଇ ବ୍ରହ୍ମପୁର ବିଧାୟକ ଙ୍କ କାର୍ଯ୍ୟାଳୟ ଠାରେ ଏକ ସକ୍ରିୟ ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ଉକ୍ତ କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସୋସିଆଲ ମିଡ଼ିଆ ସଂଯୋଜିକା ତଥା ଗଞ୍ଜାମ ଓ ଗଜପତି ସଦସ୍ୟତା ଅଭିଯାନ ପ୍ରଭାରୀ ଶ୍ରୀମତୀ ସୁଜାତା ସାବତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାର ଙ୍କ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ର ଉପଲବ୍ଧ ବିଷୟରେ ଆଲୋଚନା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱଵଲମ୍ବୀ ହେବ ପାଇଁ ସରକାର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଗଲା

ବ୍ରହ୍ମପୁର ରେ ଅଧିକ ମହିଳା ସକ୍ରିୟ ସଦସ୍ୟତା କରିବା ପାଇଁ ଆଜି ର ଏହି କର୍ମଶାଳା ରେ ମହିଳା କର୍ମୀ ମାନେ ସଂକଳ୍ପବଦ୍ଧ କଲେ ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସଦସ୍ୟତା ପ୍ରଭାରୀ ବନମାଳୀ ସେଠି, କର୍ପୋରେଟର ସବିତା ସାହୁ, ଗଞ୍ଜାମ ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ବତୀ ଦେବୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦୁସ୍ମିତା ପାଳ, ମନିତା ଦାସ ଙ୍କ ସହ ବହୁ ମହିଳା ଉପସ୍ଥିତ ଥିଲେ

Leave A Reply

Your email address will not be published.