ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପତଞ୍ଜଳିର ‘ଦିବ୍ୟ ଦନ୍ତ ମଞ୍ଜନ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି।

ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଏହାର ‘ଦିବ୍ୟ ଦନ୍ତ ମଞ୍ଜନ’ରେ ସମୁଦ୍ର ଫେନ୍ ‘(କଟଫିସ୍) ନାମକ ଏକ ଆମିଷ ପଦାର୍ଥ ବ୍ୟବହାର କରୁଛି।

ଯାହାକୁ ନେଇ କୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ ବାବା ରାମଦେବଙ୍କୁ ନୋଟିସ ଜାରି କରି ଏହାର ଜବୀବ ମାଗିଛନ୍ତି। ଜଷ୍ଟିସ୍ ସଞ୍ଜୀବ ନରୁଲା ମଧ୍ୟ କେନ୍ଦ୍ର ସରକାର ଓ ଏହି ଉତ୍ପାଦ ପ୍ରସ୍ତୁତ କରୁଥିବା ପତଞ୍ଜଳିର ଦିବ୍ୟ ଫାର୍ମାସିକୁ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ।

Leave A Reply

Your email address will not be published.