ଏଠି ଦୁର୍ଘଟଣାର ଶିକାର ହେଲେ ପ୍ରଭୁ ଗଣେଶ !

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ସ୍ଥାପନ ହେବାକୁ ଯାଉଥିବା ଭଗବାନ ଗଣେଶଙ୍କ ୨୨ ଫୁଟର ପ୍ରତିମା ରାସ୍ତାରେ ଥିବା ଖାଲ ଯୋଗୁଁ ତଳେ ପଡ଼ିଯାଇଥିଲା।

ଏହି କାରଣରୁ ମୂର୍ତ୍ତି ନଷ୍ଟ ହୋଇଥିଲା ବେଳେ ଶୋଭାଯାତ୍ରାରେ ଥିବା ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ।

ସୂଚନାନୁସାରେ, ଏହି ଘଟଣା ଖଲାସିପୁରାରେ ଘଟିଥିଲା ​​ଏବଂ ଏଠ ବଡ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ ହେବାକୁ ଯାଉଥିଲା। ଏହି ରୋଡରେ ଥିବା ନବାବ ସାହେବଙ୍କ କୂଅ ସମ୍ମୁଖରେ ଗଣେଶଜୀଙ୍କ ରଥ ପହଞ୍ଚିବା ମାତ୍ରେ ଖାଲଖମା ଯୋଗୁ ମୂର୍ତ୍ତିଟି ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲା। ଫଳରେ ଶୋଭାଯାତ୍ରାରେ ଥିବା ଲୋକଙ୍କ ଉପରେ ପଡ଼ିବାରୁ ଅନେକ ଲୋକ ଆହତ ହୋଇଥିଲେ।

ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖାଲଖମା ଯୋଗୁ ଏଭଳି ଅଘଟଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା।

Leave A Reply

Your email address will not be published.