ମୁଣ୍ଡ ଉପରେ ସିସିଟିଭି, ଝିଅ ଉପରେ ୨୪ ଘଣ୍ଟା ନଜର !

ନୂଆଦିଲ୍ଲୀ: ପିଲାମାନେ ବଡ ହେବା ସହିତ ପିତାମାତାଙ୍କ ଚିନ୍ତା ମଧ୍ୟ ବଢିଯାଏ। ପିତାମାତାଙ୍କ ଦାୟିତ୍ୱ ସେମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ଭୁଲ ରାସ୍ତାରେ ଯିବାକୁ ବାରଣ କରିବା। ଏଭଳି ପରିସ୍ଥିତିରେ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଏ। ଏହାର ଏକ ନିଆରା ଉଦାହରଣ ସୋସିଆଲ ମିଡିଆରେ ଭାଇପାଲ ହେଉଛି। ସେଥିରେ ଜଣେ ଝିଅଙ୍କର ମୁଣ୍ଡ ଉପରେ ସିସିଟିଭି କ୍ୟାମେରା ଲାଗିଥିବା ଦେଖିବାକୁ ମିଳୁଛି। ଭିଡିଓଟି ପାକିସ୍ତାନର।

ସେଥିରେ ଝିଅ ଜଣକ କହୁଛନ୍ତି, ବାପା ମୋ ମୁଣ୍ଡ ଉପରେ ଲାଗିଥିବା ସିସିଟିଭି କ୍ୟାମେରା ଜରିଆରେ ମୋ ଉପରେ ୨୪ ଘଣ୍ଟା ନଜର ରଖୁଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସହ ମୁଁ ସମ୍ପୁର୍ଣ୍ଣ ସହମତ। କରାଚୀ ହିଟ୍ ଆଣ୍ଡ୍ ରନ୍ ମାମାଲକୁ ଦେଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଯଦି କୌଣସି ଦୁର୍ଘଟଣାରେ ମୋର ମୃତ୍ୟୁ ହୋଇଯାଏ ତେବେ ଅତିକମରେ ପ୍ରମାଣ ତ ରହିବ।

କିଛି ଦିନ ତଳେ ପାକିସ୍ତାନର କରାଚୀରେ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲା ଚର୍ଚ୍ଚାରେ ଥିଲା। ସେଥିରେ ଜଣେ ଧନୀ ମହିଳା ତୀବ୍ର ଗତିରେ ଏସ୍‌ୟୁଭି ମଡାଇ ଦେବାକୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ସେଥିରେ ଅଭିଯୁକ୍ତ ଉପସ୍ଥିତ ଲୋକଙ୍କୁ ତୁମେ ମୋ ବାପାଙ୍କୁ ଜାଣନାହିଁ ବୋଲି କହୁଥିବା ଦେଖିବାକୁ ମିଳିଥିଲା। ପାକିସ୍ତାନରେ ଏହି ଘଟଣାକୁ ଜୋରଦାର ବିରୋଧ କରାଯାଇଥିଲା। ତାର ପ୍ରତିବାଦରେ ଏଭଳି ଭିଡିଓ କରାଯାଇଥିବା କିଛି ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.