ପ୍ରଭାସଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରି ଏପରି ଲେଖିଲା ହ୍ୟାକର୍‌

ମୁମ୍ବାଇ: ପାନ ଇଣ୍ଡିଆ ତାରକା ପ୍ରଭାସଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ ହୋଇଛି। ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ କରିବା ପରେ ହ୍ୟାକର ଅଜବ ପୋଷ୍ଟ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି। ଅଭିନେତା ନିଜେ ଏ ବିଷୟରେ ଏକ ଅଫିସିଆଲ୍ ପୋଷ୍ଟ ସେୟାର ସୂଚନା ଦେଇଛନ୍ତି। ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ‘କମ୍ପ୍ରମାଇଜ୍‌’ ହୋଇଛି ବୋଲି ପ୍ରଭାସ ଏକ ପୋଷ୍ଟ୍‌ କରିବା ପରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।ପ୍ରଭାସ ଲେଖିଥିଲେ, ‘‘ସମସ୍ତଙ୍କୁ ନମସ୍କାର। ମୋର ଫେସବୁକ୍ ପେଜ୍ ‘କମ୍ପ୍ରମାଇଜ୍‌’ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଟିମ୍‌ ଚେଷ୍ଟା କରୁଛି।’’ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ସହ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ।

ଗତକାଲି ରାତିରେ ଅଭିନେତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ହ୍ୟାକର ଦୁଇଟି ଭିଡିଓ ମଧ୍ୟ ସେୟାର କରିଥିଲା। ପ୍ରଥମ ପୋଷ୍ଟ୍‌ରେ ‘ବଲ୍‌ ଫଲ୍‌ସ ଆରାଉଣ୍ଡ୍‌ ଦ ୱାର୍ଲଡ’ ଲେଖା ଯାଇଥିବା ବେଳେ ଦ୍ବିତୀୟ ପୋଷ୍ଟ୍‌ରେ ‘ଅନ୍‌ଲକି ହ୍ୟୁମାନ୍‌ସ’ ବୋଲି ଲେଖା ହୋଇଥିଲା।

ହ୍ୟାକରର ଏହି ପୋଷ୍ଟ ପରେ ଟ୍ରୋଲରମାନେ ମଧ୍ୟ ବହୁତ କମେଣ୍ଟ କରିବା ଆରମ୍ଭ କରିଦେଲେ। ଟ୍ରୋଲ୍‌ର୍ସମାନେ ପ୍ରଭାସଙ୍କ ପୂର୍ବର ଫ୍ଲପ୍ ଚଳଚ୍ଚିତ୍ରକୁ ଟାର୍ଗେଟ କରିବାର ସୁଯୋଗ ମଧ୍ୟ ପାଇଗଲେ।  ‘ଆଦିପୁରୁଷ’ ରୁ ‘ରାଧେ ଶ୍ୟାମ’ ଭଳି ଅଭିନେତାଙ୍କର ୨ଟି ବଡ଼ ଚଳଚ୍ଚିତ୍ର ପାଇଁ ଫ୍ଲପ୍ ହୋଇଥିବା କଥା ଆପଣ ଜାଣନ୍ତି। ‘ଆଦିପୁରୁଷ’ କାରଣରୁ ପ୍ରଭାସ ଏବଂ ତାଙ୍କ ଟିମ୍‌କୁ ନେଇ ଅନେକ ବିବାଦ ଲାଗି ରହିଥିଲା।

Leave A Reply

Your email address will not be published.