ତାଜମହଲର ମୁଖ୍ଯ ଗମ୍ବୁଜରୁ ଗଳୁଛି ପାଣି

ଆଗ୍ରା: ଆଗ୍ରାରେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ହେତୁ ତାଜମହଲର ମୁଖ୍ୟ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ଖାଲି ଏତିକି ନୁହେଁ ତାଜମହଲ ପରିସରରେ ଥିବା ଏକ ବଗିଚା ମଧ୍ୟ ପାଣିରେ ବୁଡି ଯାଇଛି।

ଯାହାର ଭିଡିଓ ଗୁରୁବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ପର୍ଯ୍ୟଟକ ମାନେ ଚିନ୍ତା ପ୍ରକଟ କରିଛନ୍ତି।

ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ)ର ଆଗ୍ରା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମୁଖ୍ୟ ଗମ୍ବୁଜରୁ ପାଣି ଗଳୁଥିବା ଦେଖାଦେଇଛି, କିନ୍ତୁ ଏହା ଯୋଗୁ ତାଜମହଲରେ କୌଣସି କ୍ଷତି ହୋଇନାହିଁ।

ଗୁରୁବାର ସନ୍ଧ୍ୟାରେ ତାଜମହଲ ପରିସରରେ ଥିବା ଏକ ବଗିଚା ବର୍ଷା ପାଣିରେ ବୁଡିଯାଇଥିବାର ଏକ ୨୦ ସେକେଣ୍ଡର ଭିଡିଓ ଭାଇରାଲ ହୋଇଥିଲା।

ତେବେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ଜାରି ରହିଥିବାରୁ ଆଗ୍ରା ସହର ଜଳମଗ୍ନ ହୋଇ ପଡିଛି। ଆହୁରି ମଧ୍ଯ ବର୍ଷା ଯୋଗୁଁ ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ଆଗ୍ରା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.