ଅଜବ ଫ୍ୟାନ୍ସ, ହିରୋଙ୍କ ପାଇଁ ବନିଯାଇଥିଲେ ଚାକରାଣୀ

ମୁମ୍ବାଇ: ନିଜ ପ୍ରିୟ ହିରୋଙ୍କୁ ଅସଲ ଜୀବନରେ ଦେଖିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଅନେକ ସତ ଜୀବନରେ ଭେଟିଥାନ୍ତି ମଧ୍ଯ। କିନ୍ତୁ ଇଏ ଏଭଳି ଜଣେ ଫ୍ୟାନ୍ସ ଯିଏ ନିଜ ପ୍ରିୟ ହିରୋଙ୍କୁ ଦେଖିବା ପାଇଁ ବନିଯାଇଥିଲେ ଚାକରାଣୀ। ଏପରି ଏକ ଖୁଲାସା କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା।

‘ଟାଇମଆଉଟ୍ ୱିଥ୍ ଅଙ୍କିତ’ ନାମକ ଏକ ପୋଡକାଷ୍ଟରେ ସୁନୀତା ଆହୁଜା ଘଟଣା ସମ୍ପର୍କରେ ସେୟାର କରିଛନ୍ତି। ଜଣେ ପ୍ରଶଂସକ ଆମ ସହିତ ପ୍ରାୟ ୨୦ରୁ ୨୨ ଦିନ ପର୍ଯ୍ୟନ୍ତ ଚାକରାଣୀ ହୋଇ ବିତାଇଥିଲେ।

ତେବେ ତାଙ୍କୁ ଦେଖି ଲାଗୁଥିଲା ଯେମିତି ସେ ଏକ ଆର୍ଥିକ ସ୍ବଚ୍ଛଳ ପରିବାରର ଝିଅ। ମୋତେ ସନ୍ଦେହ ହେବାରୁ ମୁଁ ମୋ ଶାଶୁଙ୍କୁ କହିଥିଲି। କାରଣ ତାଙ୍କୁ କିପରି ବାସନ ଓ ଘର ସଫା କରାଯାଏ ଜଣାନଥିଲା। ଶେଷରେ, ଆମେ ଜାଣିବାକୁ ପାଇଲୁ ଯେ ସେ ଜଣେ ମନ୍ତ୍ରୀଙ୍କ ଝିଅ ଏବଂ ଗୋବିନ୍ଦା ବଡ ପ୍ରଶଂସକ ବୋଲି।

Leave A Reply

Your email address will not be published.