ରାହୁଲ ଗାନ୍ଧୀ ନମ୍ବର ୱାନ ଆତଙ୍କବାଦୀ’: କାହିଁକି ଏପରି ବିବାଦୀୟ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂ ବିଟୁଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ଯାହା ପରେ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି ରବନୀତ ସିଂ ବିଟୁ। ସେ ସିଧାସଳଖ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି। ଯାହାପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରମନ୍ତ୍ରୀ ବିଟୁ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫଟୋ ଉଠାଇବା ପାଇଁ ଗରିବଙ୍କ ଘର ପରିଦର୍ଶନ କରନ୍ତି। ସେ ଭାରତରେ ନୁହେଁ ବରଂ ବିଦେଶରେ ବଡ଼ ହୋଇଥିଲେ। ଅଧିକାଂଶ ସମୟ ସେ ବିଦେଶରେ ବିତାଇଛନ୍ତି। ତାଙ୍କ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟମାନେ ସମସ୍ତେ ବିଦେଶୀ। ଭାଗଲପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଟ୍ଟୁ ଏହା କହିଛନ୍ତି।

ସେ କହିଛନ୍ତି, ରାହୁଲ ଗାନ୍ଧି ସବୁବେଳେ ବିଦେଶ ଯାଇ ଦେଶ ବିଷୟରେ ଭୁଲ କଥା କହୁଛନ୍ତି। ସେମାନଙ୍କର ବ୍ୟବହାରିକ ବୁଝାମଣା ନାହିଁ। ଆଜି ପର୍ଯ୍ୟନ୍ତ ସେମାନେ ଶ୍ରମିକ ଓ ମୋଚିଙ୍କ ଯନ୍ତ୍ରଣା ଜାଣିପାରୁ ନାହାନ୍ତି। ଅଧାରୁ ଅଧିକ ବୟସ ବିତିଗଲାଣି। ସେ ବୁଝନ୍ତି ନାହିଁ ଯେ ଏହା ସେମାନଙ୍କୁ ଉପହାସ କରୁଛି। ସେହିପରି ଆମେରିକାରେ ଶିଖମାନଙ୍କୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନ ସମ୍ପର୍କରେ ବିଟ୍ଟୁ କହିଛନ୍ତି, ରାହୁଲ ଗାନ୍ଧୀ ଶିଖମାନଙ୍କୁ ଭାଗ କରିବାକୁ ଚେଷ୍ଟା କରିଛନ୍ତି, ଶିଖମାନେ କୌଣସି ଦଳ ସହ ଜଡିତ ନୁହଁନ୍ତି ଏବଂ ଏହା ଏକ ବିବାଦ ସୃଷ୍ଟି କରିବାର ପ୍ରୟାସ, ରାହୁଲ ଗାନ୍ଧୀ ଦେଶର ଏକ ନମ୍ବର ଆତଙ୍କବାଦୀ।

ଆମେରିକାରେ ସେ ନିଜ ବୟାନ ଦେଇ ଶିଖମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି। ବିଚ୍ଛିନ୍ନତାବାଦୀ ଶକ୍ତିମାନେ ରାହୁଲ ଗାନ୍ଧୀଙ୍କ ବୟାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଜିର ଯୁଗରେ ଦେଶର ଏକ ନମ୍ବର ଆତଙ୍କବାଦୀ ହେଉଛନ୍ତି ରାହୁଲ ଗାନ୍ଧୀ, ସେ ହେଉଛନ୍ତି ଦେଶର ଏକ ନମ୍ବର ଶତ୍ରୁ। ଆମେରିକାରେ ଶିଖମାନଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସମ୍ପର୍କରେ ବିଟୁ ଏହି ବିବାଦୀୟ କଥା କହିଛନ୍ତି।

Leave A Reply

Your email address will not be published.