ଖୁବ୍‌ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା

ଭୁବନେଶ୍ୱର: ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ମନମୋହନ । ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଟଙ୍କା ଫେରସ୍ତ ନେଇ କମିଟି ଆଇନଗତ ତର୍ଜମା କରୁଛି । ଖୁବ୍‌ ଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମନମୋହନ ସାମଲ ।

ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରିବା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୂର୍ବରୁ କଟକ କ୍ଷମତାସମ୍ପୂନ୍ନ ଅଧିକାରୀଙ୍କୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଥିଲା । କ୍ଷମତାସମ୍ପୂନ୍ନ ଅଧିକାରୀଙ୍କ ନିକଟରେ ୨୬ଟି ଚିଟଫଣ୍ଡ କମ୍ପାନୀର ମାମଲା ଥିବା ବେଳେ ଦୁଇଟି ଚିଟଫଣ୍ଡ କମ୍ପାନୀ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ହାଇଟେକ ଚିଟଫଣ୍ଡ କମ୍ପାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯାଇଛି। ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସରେ ୪ ଲକ୍ଷ ୭୨ ହଜାର ହିତାଧିକାରୀ ଥିବା ବେଳେ ହାଇଟେକରେ ୧୦ ହଜାର ହିତାଧିକାରୀ ଥିବା ସୂଚନା ମିଳିଛି।
Leave A Reply

Your email address will not be published.