ସୁନ୍ଦରଗଡ: ସୁନ୍ଦରଗଡର ଲେଫ୍ରିପଡାରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି ।
ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ ।ତେବେ ଏହି ଗୁଳିମାଡ ବ୍ୟବସାୟିକ ଶତୃତା କାରଣରୁ ବୋଲି କୁହାଯାଉଛି ।
ଏହି ଗୁଳିମାଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଏହି ଘଟଣାପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛିି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।