ଲେବାନନ୍ ପେଜର୍ ବ୍ଲାଷ୍ଟରେ କେରଳ କନେକସନ !

ନୂଆଦିଲ୍ଲୀ: ସାରାବିଶ୍ୱରେ ଚାଂଚଲ୍ୟ ସୃଷ୍ଟି କରିଛି ଲେବାନନରେ ପେଜର ସିରିଆଲ ବ୍ଲାଷ୍ଟ । ପେଜର ଜରିଆରେ ବିସ୍ପୋରଣ କରି ହିଜବୋଲ୍ଲାକୁ ଇସ୍ରାଏଲ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ହେଉଛି । ହିଜବୋଲ୍ଲା ଅର୍ଡର କରିଥିବା ପେଜରରେ କିପରି ବିସ୍ଫୋରକ ଖଞ୍ଜା ହେଲା, ସେ ନେଇ ଖୋଳତାଡ ଜାରି ରହିଛି । ଏବେ ଲେବାନନ ପେଜର୍ ବ୍ଲାଷ୍ଟର କେରଳ କନେକସନ୍ ବାହାରିଛି । କେରଳରେ ଜନ୍ମିତ ନରୱେ ନାଗରିକ ରିନସନ ଜୋସ୍‌ଙ୍କ ନାଁ ପେଜର ବ୍ଲାଷ୍ଟ ସହ ଯୋଡାଯାଉଛି । କଥା ହେଉଛି, ପେଜର ବିକ୍ରି କରିଥିବା ନାର୍ଟୋ ଗ୍ଲୋବାଲ୍ ଲିମିଟେଡର ମାଲିକ ହେଉଛନ୍ତି ରିନସନ ଜୋସ୍ । କେରଳ ପୋଲିସ ଓ ଆନ୍ତର୍ଜାତିକ ସୁରକ୍ଷା ଏଜେନସୀ ରିନସନ ଜୋସ୍‌ଙ୍କ ପେଜର ବ୍ଲାଷ୍ଟ୍ ଲିଙ୍କ୍ ନେଇ ଯାଂଚ୍ ଆରମ୍ଭ କରିଛନ୍ତି ।

କେରଳର ୱାୟନାଡ୍ ସହ ରିନସନଙ୍କ ସଂପର୍କ

୩୭ ବର୍ଷିୟ ରିନସନଙ୍କ ପରିବାର କେରଳର ୱାୟନାଡ୍‌ର ବାସିନ୍ଦା । ରିନସନ ମଧ୍ୟ ୱାୟନାଡ ଜିଲ୍ଲାରେ ଜନ୍ମିଥିଲେ । ନରୱେ ଯିବା ପୂର୍ବରୁ ଖ୍ରୀଷ୍ଟିୟ କ୍ଲର୍ଗି ବା ଧର୍ମଗୁରୁ ହେବା ପାଇଁ ପ୍ରଶିକ୍ଷଣ ନେଇଥିଲେ ରିନସନ । ପରେ ନରୱେର ନାଗରିକତା ଗ୍ରହଣ କରିଥିଲେ ରିନସନ । ବୁଲଗାରିଆ ରାଜଧାନୀ ସୋଫିଆରେ ଥିବା ନାର୍ଟୋ ଗ୍ଲୋବାଲ ଲିମିଟେଡ୍ ନାମକ ଏକ କମ୍ପାନିର ମାଲିକ ହେଉଛନ୍ତି ରିନସନ୍ । ବିଭିନ୍ନ ରିପୋର୍ଟ ଅନୁସାରେ ରିନସନଙ୍କ କମ୍ପାନି ହିଜବୋଲ୍ଲାକୁ ଶତାଧିକ ପେଜର ବିକ୍ରି କରିଥିଲା । ଏଥିପାଇଁ ସନ୍ଦେହ ଘେରକୁ ଆସିଛନ୍ତି ରିନସନ୍ ଜୋସ୍ । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ କେରଳ ପୋଲିସର ସ୍ପେଶାଲ ବ୍ରାଂଚ୍ ଶୁକ୍ରବାର ୱାୟନାଡ୍ ଜିଲ୍ଲାରେ ରିନସନଙ୍କ ପୈତୃକ ଗାଁ ଯାଇ ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ମିଡିଆରେ ରିନସନଙ୍କୁ ନେଇ ଚର୍ଚ୍ଚା ହୋଇଥିବାରୁ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଇଛି ।

Leave A Reply

Your email address will not be published.