ମୁମ୍ବାଇ: ଗୋଡରେ ଗୁଳି ବାଜିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା । ଅପରେସନ କରାଯାଇ ତାଙ୍କ ଗୋଡରୁ ଗୁଳି ବାହାର କରାଯାଇଥିବାବେଳେ, ମେଡିକାଲରୁ ପ୍ରଥମ ବୟାନ ତାଙ୍କର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଆଜି ସାକଳୁ ଗୋବିନ୍ଦା କୋଲକତା ଯିବା ପାଇଁ ବାହାରୁ ଥିବାବେଳେ, ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଫା କରୁଥିବାବେଳେ ଭୁଲବଶତଃ ଗୁଳି ଫୁଟିଥିଲା । ଏହି ଗୁଳି ତାଙ୍କ ଗୋଡରେ ବାଜିଥିଲା । ସେ ଏବେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେ ଏବେ ବିପଦ ମୁକ୍ତ ଥିବା ଥିବା ସୂଚନା ରହିଛି ।