ଧର୍ମଶାଳା: ଆଇପିଏଲ୍ ମ୍ୟାଚରେ ସେନାବାହିନୀକୁ ସଲାମ କରିବ ବିସିସିଆଇ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ୨୦୨୫ ମ୍ୟାଚ୍ ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀକୁ ସଲାମ ଜଣାଇବ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)।
ଏହାର ଅଂଶ ସ୍ୱରୂପ ପ୍ରଖ୍ୟାତ ଗାୟକ ଏବଂ ସଂଗୀତଜ୍ଞ ଗୀତ ମାଧ୍ୟମରେ ତାଙ୍କୁ ସମ୍ମାନ ଜଣାଇବେ। ଅପରେସନ ସିନ୍ଦୂର ପରେ ଭାରତୀୟ ସଶସ୍ତ୍ର ବାହିନୀର ସାହସକୁ ସମ୍ମାନ ଜଣାଇ ଏକ ଲାଇଭ୍ ପ୍ରଦର୍ଶନ କରିବେ।
ଗୁରୁବାର ଦିନ ଆଇପିଏଲର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏହି ସୂଚନା ଦିଆଯାଇଛି। ଧର୍ମଶାଳା, ଗର୍ବର ସହିତ ଗୀତ ଗାଇବାକୁ ପ୍ରସ୍ତୁତ ହୁଅ! ବି ପ୍ରାକ୍ ଏପରି ନୋଟ୍ ଆଣିଛନ୍ତି ଯାହା ଦେଶପ୍ରେମ, ଜାତିର ସ୍ୱର ଏବଂ ଭାରତର ଆତ୍ମାକୁ ପ୍ରତିଧ୍ୱନିତ କରେ। ଦେଶାତ୍ମୋଧକ ଗୀତ ସହିତ ଆମର ମହାନ ସଂସ୍କୃତିକୁ ପାଳନ କରିବା ପାଇଁ ଏକାଠି ହୁଅ। ହୃଦୟକୁ ସଲାମ!
ତେବେ ବୁଧବାର ଦିନ ଇଡେନ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିଥିଲା। ଉଭୟ ଦଳର ଖେଳାଳି, ସହାୟକ କର୍ମଚାରୀ ଏବଂ ମ୍ୟାଚ୍ ଅଧିକାରୀମାନେ ଏକ ସମ୍ମାନର ମୁହୂର୍ତ୍ତରେ ଏକ ସ୍ୱରରେ ଠିଆ ହୋଇଥିଲେ।
ଅପରପକ୍ଷରେ ମ୍ୟାଚ୍ ସମୟରେ ଦେଶର ପ୍ରତିରକ୍ଷା କର୍ମଚାରୀଙ୍କ ସହିତ ଏକତା ପ୍ରଦର୍ଶନ କରିବା ପାଇଁ ବଡ଼ ପରଦାରେ ‘ଭାରତୀୟ ସଶସ୍ତ୍ର ବାହିନୀ ଉପରେ ଗର୍ବିତ’ ବାର୍ତ୍ତା ବାରମ୍ବାର ପ୍ରଦର୍ଶିତ ହୋଇଥିଲା।