ମାନ୍ଧାନାଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟୀ

ଅହମ୍ମଦାବାଦ: ସ୍ମୃତି ମାନ୍ଧନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଛି । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୫୯ ରନରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟରେ ନ୍ୟୁଜିଲାଣ୍ଡ ୭୬ ରନରେ ଜିିତିଥିଲା ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୩୩ ରନର ଟାର୍ଗେଟ ଦେଇଥିଲା । ୮୮ ରନରେ ୫ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡ ଟିମ ବିପଦରେ ପଡିଥିଲା । ବ୍ରୁକ ହଲିଡେ ୯୬ ବଲରେ ୮୬ ରନ କରି ସ୍ଥିତି ସମ୍ଭାଳିଥିଲେ । ୪୪.୨ ଓଭରରେ ୪ ୱିକେଟ ହରାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ମାନ୍ଧନା ୧୨୨ ବଲରେ ୧୦୦ ରନର ଇନିଂସ ଖେଳିଥିଲେ । ଏଥିସହ ମାନ୍ଧନା ଦିନିକିଆରେ ପ୍ରଥମ ମହିଳା କ୍ରିକେଟର ଭାବେ ସର୍ବାଧିକ ୮ଶତକ ହାସଲ କରିଛନ୍ତି । ଅଧିନାୟିକା ହରମନପ୍ରୀତ ୬୮ ବଲରୁ ୭୦ ଓ ୟାସ୍ତିକା ଭାଟିୟା ୩୫ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ପୁରୁଷ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ହାତଛଡା କରିଥିବା ବେଳେ ମହିଳା ଦଳ ଦିନିକିଆ ସିରିଜ ଜିତି ପ୍ରଶଂସକଙ୍କ ମନ ରଖିପାରିଛନ୍ତି ।

Leave A Reply

Your email address will not be published.