କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସ୍ୱସ୍ତିକ ସାମଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛନ୍ତି । ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଓଡିଶା ଏକ ଭଲ ଅଗ୍ରଣୀ ହାସଲ କରିପାରି ନାହିଁ । ଓଡିଶା ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ମହାରାଷ୍ଟ୍ର ୩ ୱିକେଟ ବିନିମୟରେ ୭୮ ରନ ସଂଗ୍ରହ କରି ଓଭରାଲ ୪୦ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଓଡିଶା ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା ।