ଡମ୍ପିଂୟାର୍ଡରେ ଖତ ଖାଉଛି ପିଲାଙ୍କ ସ୍କୁଲ୍ ପୋଷାକ-ଜୋତା

ଜୟପୁର: ପିଲାଙ୍କୁ ସମାନତା ଏବଂ ଶିକ୍ଷା ପ୍ରତି ଅଧିକ ଆଗ୍ରହ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଦିଆଯାଉଛି । ମଧ୍ୟାହ୍ନ ଖାଇବା ସାଙ୍ଗକୁ ସ୍କୁଲ୍ ୟୁନିଫର୍ମ ଏବଂ ଜୋତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପିଲାଙ୍କୁ ତାହା ଯୋଗାଇ ନଦିଆଯାଇ, କୋଟି କୋଟି ଟଙ୍କା ଏବେ ଡମ୍ପିଂୟାର୍ଡରେ ଖତ ଖାଉଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡାରେ ।

ବୈପାରିଗୁଡାରୁ ୨ କିମି ଦୂର ଥିବା ଏକ ଡମ୍ପିଂୟାର୍ଡରେ ସ୍କୁଲ ଓ ଅଙ୍ଗନୱାଡ଼ି ପିଲାଙ୍କ ପାଇଁ ଆସିଥିବା ବହୁ ସଂଖ୍ୟକ ୟୁନିଫର୍ମ ଏବଂ ଜୋତା ଗଦା ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ୩ ଶହ ଜୋତା ଏବଂ ୟୁନିଫର୍ମ ଡମ୍ପିଂୟାର୍ଡରେ ପଡିଛି ।

ଖାଲି ସେତିକି ନୁହେଁ, ସେଥିରେ ‘ଗଢିବୁ ନୂଆ ଓଡ଼ିଶା’ ଲୋଗୋ ମଧ୍ୟ ଲାଗିଛି।  ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଜୋତା ଏବଂ ୟୁନିଫର୍ମ ବଣ୍ଟନ ପରିବର୍ତ୍ତେ ଏପରି ଫିଙ୍ଗିବାର କାରଣ କ’ଣ? ପିଲାଙ୍କ ପାଇଁ ଆସିଥିବା ଏସବୁ ପୋଷାକ ଏବଂ ଜୋତା ପିଲାଙ୍କୁ ଦିଆନଯାଇ କାହିଁକି ଭଳି ଅବସ୍ଥାରେ ପଡିରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଏ ଏଭଳି କାମ କରିଛି ସେନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.