ରାଜ୍ୟରେ ଖାଲି ପଡିଛି ୫ ହଜାର ୮୦୬ ଡାକ୍ତରୀ ପଦବୀ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ହେବ ବଡ ପରିବର୍ତ୍ତନ। ଖୁବ ଶୀଘ୍ର ନିଯୁକ୍ତି ହେବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ । ୩୦ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ। ଆଜି ବିଧାନସଭାରେ ଏହି କଥା ଘୋଷଣା  କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେ କହିଛନ୍ତି,  ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି। ଖୁବ ଶୀଘ୍ର ୫ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

୨୦୧୪ ପରଠୁ ଯେତେସବୁ ଶହେ ବେଡ୍‌ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି ସେଥିପାଇଁ ୨୫୦ରୁ ୩୦୦ କୋଟି ଖର୍ଚ୍ଚ କରାଯାଉଛି । ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

Leave A Reply

Your email address will not be published.