ଏମିତି ଦେଶ… ବାପା ଝିଅଙ୍କ ପଡେ ହାତଗଣ୍ଠି!

ନୂଆଦିଲ୍ଲୀ: ବିଶ୍ବରେ ଥିବା ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ପରିଚିତ । ସେଥିପାଇଁ କୁହାଯାଏ ବିବିଧତା ମଧ୍ୟରେ ସମାନତା । କିନ୍ତୁ କିଛି କିଛି ଜାତି କିମ୍ବା ସମ୍ପ୍ରଦାୟର ଏମିତି କିଛି ଅଜବ ପରମ୍ପରା ରହିଛି ଯାହା ଦେଖିଲେ ତାଜୁବ ଲାଗେ । ଏହା ଶୁଣିଲେ ମଧ୍ୟ ଆମ ମନ ଆନ୍ଦୋଳିତ ହୋଇପଡେ । ଠିକ୍ ସେମିତି ହିଁ କିଛି ଅଜବ ଗଜବ ପରମ୍ପରା ଦେଖିବାକୁ ମିଳେ ଆମ ପଡୋଶୀ ଦେଶରେ । ଯେଉଁଠି ଝିଅର ବିବାହ ବୟସ ହେଲେ ସେ ତା ନିଜ ବାପାକୁ ବିବାହ କରିବାର ପରମ୍ପରା ରହିଛି ।

କାହିଁ କେବେଠୁ ଏଭଳି କିଛି କୁପ୍ରଥା ଚାଲିଆସିଛି ଭାରତର ପଡୋଶୀ ଦେଶ ବାଂଲାଦେଶରେ । ଏଠିକାର ଗୋଟିଏ ଆଦିବାସୀ ସଂପ୍ରଦାୟ ମଣ୍ଡି ଜନଜାତି ଯେଉଁମାନଙ୍କ ବାପା ତାଙ୍କ ଝିଅ ସହ ବିବାହ କରି ତାର ସ୍ବାମୀ ହୁଅନ୍ତି । ଯେଉଁ ବ୍ୟକ୍ତିଙ୍କୁ ଛୁଆ ବେଳେ ଝିଅ ଟିଏ ବାପା ବୋଲି ସମ୍ବୋଧନ କରିଥାଏ, ବିବାହ ବୟସ ହେଲେ ସେହି ବ୍ୟକ୍ତିଟିକୁ ନିଜର ସ୍ବାମୀ ଭାବେ ସ୍ବୀକାର କରିଥାଏ ।

ତେବେ କିଛି ରିପୋର୍ଟ ଅନୁଯାୟୀ, ଏ ଘଟଣା ପ୍ରକୃତ ସତ ହେଉଛି, ଏହି ମଣ୍ଡି ଜନଜାତିର କିଛି ପୁରୁଷ ମାନେ ଯେବେ କମ୍ ବୟସର ବିଧବା ମହିଳାମାନଙ୍କୁ ବିବାହ କରନ୍ତି, ସେତେବେଳେ ଆଗକୁ ଯାଇ ଭବିଷ୍ୟତରେ ଉକ୍ତ ବିଧବା ମହିଳାଟିର ଝିଅକୁ ହିଁ ବିବାହ କରେ ଉକ୍ତ ପୁରୁଷ । ଯାହା ସଂପର୍କରେ ତାର ସାବତ ଝିଅ ହୋଇଥାଏ । ପ୍ରକୃତ ବାପା ଏହି ରୀତିନୀତିରେ ଅଂଶଗ୍ରହଣ କରନ୍ତି ନାହିଁ । କେବଳ ସାବତ ବାପା ହିଁ, ମା’ର ମୃତ୍ୟୁ ପରେ ତାର ସାବତ ଝିଅକୁ ବିବାହ କରିଥାଏ । ଯେତେବେଳେ କୌଣସି ମହିଳା କମ୍ ବୟସରେ ବିଧବା ହୋଇଯାଏ ଆଉ ତାର ଏକ କନ୍ୟା ସନ୍ତାନ ମଧ୍ୟ ରହିଥାଏ, ସେତେବେଳେ ସେ ବିବାହ କରୁଥିବା ପୁରୁଷଟିକୁ ଏହି ସର୍ତ୍ତରେ ହିଁ ବିବାହ କରେ ଯେ ବଡ ହେଲେ ତାର ଝିଅ ଉକ୍ତ ପୁରୁଷଟିକୁ ବିବାହ କରିବ ।

ତେବେ ଏହାକୁ ନେଇ ବିଭିନ୍ନ ଆଲୋଚନା ମଧ୍ୟ ହୋଇଛି । ଆଉ ଏହାପରେ ଏଭଳି କୁପ୍ରଥାର ଏବେ ପ୍ରଚଳନ ନଥିବା କୁହାଯାଉଛି । କିନ୍ତୁ କିଛି କିଛି ରିପୋର୍ଟରେ ଏବେ ବି ଏଭଳି ପ୍ରଥାକୁ ମଣ୍ଡି ଜନଜାତି ମାନୁଥିବା ପ୍ରକାଶ ପାଇଛି । କାରଣ ସେମାନେ ଭାବନ୍ତି ଏମିତି କରିବା ଦ୍ବାରା ମା ସହିତ ଝିଅ ଉଭୟଙ୍କ ଭବିଷ୍ୟତ ସୁରକ୍ଷିତ ରହିବ ।

Leave A Reply

Your email address will not be published.