ଆମେରିକାରେ ଟିକଟକ୍ ହେବ କି ବ୍ୟାନ ? ଆପ୍ ଅପସାରଣ କରିବାକୁ ଗୁଗୁଲ୍-ଆପଲକୁ ଲେଖାଗଲା ଚିଠି

ନୂଆଦିଲ୍ଲୀ :ଭାରତୀୟ-ଆମେରିକୀୟ ରାଜା କୃଷ୍ଣମୂର୍ତ୍ତିଙ୍କ ସମେତ ଆମେରିକାର ଦୁଇ ଜଣ ସାଂସଦ ଗୁଗୁଲ ଏବଂ ଆପଲକୁ ଚିଠି ଲେଖିଛନ୍ତି ଯେ ଟିକଟକକୁ ସେମାନଙ୍କ ଆପ ଷ୍ଟୋରରୁ ହଟାଇବାକୁ। ଏପ୍ରିଲରେ ରାଷ୍ଟ୍ରପତି ଜୋ ବାଉଡେନଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ବିଲ୍ ଆଇନରେ ପରିଣତ ହୋଇଥିଲା , ଯାହା ଦ୍ବାରା ଚାଇନାର ବାଇଟ୍ ଡାନ୍ସ (ଟିକଟକର ମାଲିକ)କୁ ୧୯ ଜାନୁଆରୀରୁ ଆମେରିକାର ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ ।

ଆମେରିକାର ସାଂସଦ ଜନ୍ ମୋଲେନାର ଏବଂ ରାଜା କୃଷ୍ଣମୂର୍ତ୍ତି ଶୁକ୍ରବାର ଦିନ ଆପଲ୍ ସିଇଓ ଟିମ୍ କୁକ୍ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଛନ୍ତି। ଜାନୁଆରୀ ୧୯ ସୁଦ୍ଧା ଟିକଟକକୁ ସେମାନଙ୍କ ପ୍ଲେ ଷ୍ଟୋରରୁ ହଟାଇବାକୁ ସେ କୁକ୍ ଏବଂ ପିଚାଇଙ୍କୁ କହିଛନ୍ତି । ଚିଠିରେ ସେ ଟିକଟକ୍ ସିଇଓ ଶୁ ଜୀ ଚେଙ୍କୁ ତୁରନ୍ତ ଏକ ବିନିବେଶର ପ୍ରସ୍ତାବ ଦେବାକୁ କହିଛନ୍ତି, ଯାହାକୁ ସେ ଗ୍ରହଣ କରିପାରିବେ ।

ଏହି ତିନୋଟି ଚିଠି ଡିସି ସର୍କିଟ କୋର୍ଟର ରାୟ ପରେ ଆସିଛି, ଏଥିରେ ଆମେରିକୀୟ ବୈଦେଶିକ ପରାମର୍ଶଦାତା ନିୟନ୍ତ୍ରିତ ଆପ୍ଲିକେସନ୍ ଆକ୍ଟ କୁ ରକ୍ଷା କରୁଥିବା ଅଧିନିୟମକୁ ଅକ୍ଷୁର୍ଣ୍ଣ ରଖାଯାଇଛି ।
ସାଂସଦମାନେ କୁକ ଏବଂ ପିଚାଇଙ୍କୁ କହିଛନ୍ତି ଯେ, “ଆଜି ଆମେ ଟିକଟକ୍ କୁ ଏକ ଚିଠି ପଠାଇଛୁ। କଂଗ୍ରେସ, କମ୍ପାନୀକୁ ଆଇନ ପାଳନ କରିବାକୁ ଓ ଆମେରିକାର ଜାତୀୟ ନିରାପତ୍ତାକୁ ସୁରକ୍ଷା ଦେବା ପାଇଁ ବିନିବେଶ କରିବାକୁ ପର୍ଯ୍ୟପ୍ତ ସମୟ – ୨୩୩ ଦିନ ଦେଇଛି ।

ସୂଚନାଥାଉକି, ଟିକଟକକୁ ଅନେକ ଦେଶ ନିଷିଦ୍ଧ କରିଛନ୍ତି। ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା କ୍ଷେତ୍ରରେ ଭାରତ ଶୀର୍ଷରେ ରହିଛି। ଜାତୀୟ ସୁରକ୍ଷା ଦର୍ଶାଇ ଜୁନ୍ ୨୦୨୦ରେ ଭାରତ ଟିକଟକ୍ ସମେତ ୫୮ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।

Leave A Reply

Your email address will not be published.