‘ସ୍ପିରିଟ’ରେ ପ୍ରଭାସଙ୍କ ସହ ନଜର ଆସିପାରନ୍ତି ମୃଣାଳ!

ଚେନ୍ନାଇ: ସନ୍ଦୀପ ରେଡ୍ଡୀ ବଙ୍ଗା ଦୁଇ ଦୁଇଟି ହିଟ୍ ଫିଲ୍ମ ‘କବୀର ସିଂ’ ଏବଂ ‘ଆନିମଲ୍’ ନିର୍ମାଣ କରି ବଲିଉଡରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ପାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କୁ ନେଇ ନୂଆ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାଁ ରହିଛି ସ୍ପିରିଟ୍।

ପ୍ରଭାସ ଏହି ଚଳଚ୍ଚିତ୍ରରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଫିଲ୍ମର ଷ୍ଟାରକାଷ୍ଟ ଭାବେ ନାମୀଦାମୀ କଳାକାରଙ୍କୁ ନିଆଯିବ ବୋଲି ଚର୍ଚ୍ଚା ହେଉଛି।

ବର୍ତ୍ତମାନ ଏହି ଫିଲ୍ମ ପାଇଁ ଷ୍ଟାରଙ୍କୁ କାଷ୍ଟିଂ କରିବା ସହିତ ପ୍ରି-ପ୍ରଡକ୍ସନ୍ କାମ ଚାଲିଛି। ତେବେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗା ଏବଂ ନିର୍ମାତା ଭୂଷଣ କୁମାର ଏହି ଆକ୍ସନ୍ ଫିଲ୍ମରେ ମହିଳା ଲିଡ୍ ପାଇଁ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେବା ପାଇଁ ଯୋଜନା ଚଳାଇଛନ୍ତି।

Leave A Reply

Your email address will not be published.