ସରିଲା ହ୍ୟାସଟାଗର ଯୁଗ; ବ୍ୟବହାର ନ କରିବାକୁ ଅପିଲ୍‌ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବ୍ୟବହାର କରିବା ସମୟରେ କିଛି ପୋଷ୍ଟ ସହିତ ହ୍ୟାସଟାଗ୍‌ (#) #blessed କିମ୍ବା #Retirement ଆଦିର ବ୍ୟବହାର କରୁଛନ୍ତି ଯଦି ଏବେ ଏହାର ଆଉ ଆବଶ୍ୟକତା ନାହିଁ । ଏବେ ଆପଣଙ୍କୁ ଏହି ଷ୍ଟାଟେର୍ଜିରେ ପରିବର୍ତ୍ତନ କରିବାକୁ ପଡିବ । ଆଜ୍ଞା ହଁ ଖୋଦ ‘ଏକ୍ସ’ ର ମୁଖ୍ୟ ଏଲନ ମସ୍କ ୟୁଜରଙ୍କୁ ଏହା କହିଛନ୍ତି । ସେ ହ୍ୟାସଟାଗ୍‌କୁ ‘ଅସୁନ୍ଦର’ କହିଛନ୍ତି । ଏବେ ପୋଷ୍ଟ ରେ ଏହାର ବ୍ୟବହାରର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏହା ସହ ଏହାକୁ ବନ୍ଦ କରିବାକୁ ୟୁଜରମାନଙ୍କୁ କହିଛନ୍ତି ।

ମସ୍କ ଙ୍କର ଏହି ମନ୍ତବ୍ୟ ଦର୍ଶାଉଛି ଯେ, ହ୍ୟାସଟ୍ୟାଗ, ଯାହା ଦିନେ ଡିଜିଟାଲ୍ ସର୍ଚ୍ଚର ଶକ୍ତିଶାଳୀ ଟୁଲ୍ ଥିଲା, ସୋସିଆଲ୍ ମିଡିଆରେ ନିଜରର ପ୍ରାସଙ୍ଗିକତା ହରାଇଛି । ୟୁଜରଙ୍କୁ ଟ୍ରେଣ୍ଡିଂ ପ୍ରସଙ୍ଗ ଖୋଜିବାରେ ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ସହିତ ଜଡିତ ହେବାରେ ବହୁଳ ବ୍ୟବହାର ହେଉଥିଲା । ବହୁ ସାହାଯ୍ୟ କରୁଥିବା ହ୍ୟାସଟ୍ୟାଗ୍ ଏବେ ଇଣ୍ଟରନେଟ୍ ଯୁଗର ଅତୀତ ହୋଇ ରହିଯିବ ।

Leave A Reply

Your email address will not be published.