ଗୋପୀ ବୋହୁଙ୍କ ଘରକୁ ଆସିଲା ଖୁସି ଖବର, ମା’ ହେଲେ ଦେବୋଲିନା

ମୁମ୍ବାଇ; ମା ହେଲେ ଗୋପୀ ବୋହୁ l ସରିଏଲ ‘ସାଥ ନିଭାନା ସାଥିୟା’ର ଗୋପୀ ବୋହୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ଘରକୁ ଆସିଛି ଖୁସି ଖବର l ମା ହୋଇଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ୟ l ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ଦେବୋଲିନା ନିଜେ ନିଜର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି l

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଦେବୋଲିନା ଲେଖିଛନ୍ତି ଯେ, ଆମର ଛୋଟ ଖୁସି ବିଷୟରେ ଘୋଷଣା କରି ଆମେ ବହୁତ ଆନନ୍ଦିତ l ଆମର ଏକ ଶିଶୁପୁତ୍ର ହୋଇଛି l ଏକ ଭିଡିଓ ସେୟାର କରି କ୍ୟାପସନରେ ଦେବୋଲିନା ଲେଖିଛନ୍ତି ଯେ, ହେଲୋ ୱାର୍ଲ୍ଡ! ଆମର ଛୋଟ ବାଳକ ଏଠାରେ ଅଛି l ଦେବୋଲିନାଙ୍କ ମା’ ହେବାର ଖବର ଶୁଣିବା ପରେ ଟିଭି ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ତେବେ ଚଳିତ ବର୍ଷ ଅଗଷ୍ଟ ୧୫ରେ ଦେବୋଲିନା ସ୍ବାମୀ ଶାହନୱାଜ ଶେଖଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି ଗର୍ଭଧାରଣ ଘୋଷଣା କରିଥିଲେ। ଦେବୋଲିନା ତାଙ୍କ ଜିମ ପ୍ରଶିକ୍ଷକ ଶାହନୱାଜ ଶେଖଙ୍କୁ ୨୦୨୨ରେ ବିବାହ କରିଥିଲେ। ଅଭିନେତ୍ରୀଙ୍କ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ମୁମ୍ବାଇ ବାହାରେ ଲୋଖଣ୍ଡବାଲାରେ କୋର୍ଟ ମ୍ୟାରେଜ କରିଥିଲେ । ତେବେ ବିବାହର ଫଟୋ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଦୁହେଁ ବିବାହ କରିବାର ପ୍ରାୟ ଦେଢ ବର୍ଷ ବିତିଗଲାଣି ।

Leave A Reply

Your email address will not be published.