ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡା ଜବାବ: କହିଲେ, କିଏ ଲେଖିକି ଦେଇଥିବେ…

ଗଞ୍ଜାମ: ନବୀନଙ୍କ ବିଜେପି ମିଛୁଆ ଆକ୍ଷେପକୁ କଡା କାଉଣ୍ଟର କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଗଞ୍ଜାମ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା  ବେଳେ ନବୀନଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରି କହିଛନ୍ତି, ୨୪ ବର୍ଷ ଧରି ନବୀନ ବାବୁ ଶାସନ କ୍ଷମତାରେ ଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାକୁ ମୁନ୍ଦାଏ ପାଣି ଯୋଗାଇ ପାରିଲେ ନାହିଁ । ଏଠି ୭ରୁ ୮ଟା ବଡ ବଡ ମେଗା ପାଇପ ଓ୍ୱାଟର ଯୋଜନା ଆରମ୍ଭ ହୋଇଛି ।

ଗୋଟିଏ ଛାଡି ଅନ୍ୟାନ୍ୟ ୬ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି । ଗଞ୍ଜାମରେ ପାଣି ପାଇପ ଖୋଲାରେ ପଡିଛି । ପାଣି ଆସିବାର ଠିକଣା ନାହିଁ । ନଳ ଅଛି କିନ୍ତୁ ଜଳ ନାହିଁ । ଏହା ପୁଣି ନବୀନଙ୍କ ପୂର୍ବଜଙ୍କ ଜନ୍ମମାଟି । ଯେଉଁଠି ଜନ୍ମମାଟିଙ୍କୁ ପାଣି ମୁନ୍ଦାଏ ଦେଇପାରିଲେନି ସେଠି ମୋଦି ମିଛ କହୁଛନ୍ତି ବୋଲି ନବୀନଙ୍କୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।

ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ବିଜେପି ସରକାରର ସୁଭଦ୍ରା ଯୋଜନାରେ ୫୦୦ରୁ ଅଧିକ କୋଟି ଟଙ୍କା ମା’ଭଉଣୀ ମାନଙ୍କ ଖାତାରେ ପହଞ୍ଚିସାରିଛି । ଆଗକୁ ଏହାର ସଂଖ୍ୟା ୧୦୦୦ କୋଟି ଟଙ୍କାରେ ପହଞ୍ଚିବ । ଗଞ୍ଜାମରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ଅଛନ୍ତି ।  ଏ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣବାର ଲକ୍ଷ୍ୟ ରଖାଯାଇଛି । କେବଳ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଧାନରେ ଏମଏସପି ବାବଦକୁ  3100 ଟଙ୍କା ବୃଦ୍ଧି କରିଛନ୍ତି ।

ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ ରୁ ୫୦୦ କୋଟି ଟଙ୍କା ମିଳିବ । ଯଦି ଏହାକୁ ନବୀନ ବାବୁ ମିଛ କହୁଛନ୍ତି, ତାହାଲେ ଏହାକୁ କ’ଣ କୁହାଯିବ ? ସ୍ୱର୍ଗକୁ ନେଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ । ତାଙ୍କୁ କିଏ ଲେଖିକି ଦେଇଥିବ, ସେ ପଢି ଦେଇଥିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Leave A Reply

Your email address will not be published.