ମୟୂରଭଞ୍ଜ: ବନ ବିଭାଗର କାମକୁ ସହଜ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରାଇଦେଲା ଏଆଇ । ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରିବାପରେ ସଫଳ ହୋଇଛି । ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଧୀନର ବୋଲି ଜଣା ପଡିଛି ।
ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ୧୩ ଟି ଧନୁ ଏବଂ ୩୩ ଟି ତୀର ଜବତ କରିଛି ବନ ବିଭାଗ । ଶିମିଳିପାଳ କର୍ତ୍ତୃପକ୍ଷ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଗତ କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ୧୦୦ଟି ସ୍ଥାନରେ ଏଆଇ କ୍ୟାମେରା ଲଗା ଯାଇଛି । ସେହି କ୍ୟାମେରା ଶିକାରୀଙ୍କ ଫଟୋ କଏଦ କରୁଛି । ଏଆଇ ତଥ୍ୟ ଆଧାରରେ ବନ ବିଭାଗ ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି ।