ହ୍ରିତିକଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘କହୋ ନା ପ୍ୟାର ହୈ’

ମୁମ୍ବାଇ: ୨୦୨୫ର ପ୍ରଥମ ମାସ ତଥା ଜାନୁୟାରୀରେ ହ୍ରିତିକ ରୋଶନଙ୍କ ପ୍ରଥମ ଚଳଚ୍ଚିତ୍ର ‘କହୋ ନା ପ୍ୟାର ହୈ’କୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ପ୍ରେକ୍ଷାଳୟରେ ପୁଣି ଥରେ ଫିଲ୍ମ ରିଲିଜ୍ ହେବାକୁ ଯାଉଛି।

ଖବର ଅନୁଯାୟୀ, ଜାନୁଆରୀ ୧୪, ୨୦୦୦ ମସିହାରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ହ୍ରିତିକ ରୋଶନ ଜାନୁଆରୀ ୧୦ରେ ତାଙ୍କର ୫୧ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ପୁଣି ମୁକ୍ତିଲାଭ କରିବ। ତେବେ ଫିଲ୍ମର ଟ୍ରେଲର ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସୋସିଆଲ ମିଡିଆରେ ରିଲିଜ ହେବ।

ତେବେ ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ଅମିଷା ପଟେଲ ବଲିଉଡରେ ଡେବ୍ୟୁ କରିଥିଲେ। ମୁଖ୍ୟ ଚରିତ୍ରରେ ଅନୁପମ ଖେର, ଦଲିପ ତାହିଲ, ମୋହନିଶ ବହଲ, ଆଶିଷ ବିଦ୍ୟାର୍ଥୀ, ସତୀଶ ଶାହା, ଫରିଦା ଜଲାଲ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.