ଭୁବନେଶ୍ବର: ୨୦୨୫ ହେବ ସୁଭଦ୍ରାର ବର୍ଷ । ଏଥିରେ ମହିଳା ମାନଙ୍କୁ ବର୍ଷକୁ ଦୁଇ ଥର ନୁହେଁ ମିଳିବ ୩ ଥର ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ।
ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ରେ ମହିଳାଙ୍କୁ ୩ ଥର ସୁଭଦ୍ରା ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ତାରିଖ ଏବଂ ରକ୍ଷା ବନ୍ଧନରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ବର୍ତ୍ତମାନ ସର୍ଭେ ଚାଲିଥିବା ବେଳେ ଜାନୁଆରୀ ମାସ ପ୍ରଥମ ସପ୍ତାହ ଆଡକୁ ପୁରା ସର୍ଭେ ସରିବ। ଏନେଇ ଆଜି ଫିଲ୍ଡ ରିପୋର୍ଟ ଆସିବ ଏବଂ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରଭାତି । ଏଥିସହିତ କେହି ଯେମିତି ସୁଭଦ୍ରା ସହାୟତାରୁ ବଞ୍ଚିତ ନହୁଅନ୍ତୁ , ସେଥିପ୍ରତି ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ତେବେ କହିରଖୁଛୁ, ବିଜେପି ସରକାର ଆସିବା ପରେ ଚଳିତ ବର୍ଷ ଜୁନରେ ପ୍ରଥମ ଥର ପାଇଁ ରାଜ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା । ଏହାପରଠାରୁ ବିଭିନ୍ନ ପର୍ଯ୍ୟାୟ ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଚାଲିଛି ସୁଭଦ୍ରାର ପ୍ରଥମ କିସ୍ତି । ଏପର୍ଯ୍ୟାନ୍ତ ସମସ୍ତ ଯାଞ୍ଚ ପ୍ରକ୍ରିୟା ସହ ପ୍ରଥମ କିସ୍ତିରର ତୃତୀୟ ପର୍ଯ୍ୟାୟ ଟଙ୍କା ଦିଆସରିଥିବା ବେଳେ ଏହି ଡିସେମ୍ବରରେ ମିଳିବାର ଥିଲା ସୁଭଦ୍ରା ଚତୁର୍ଥ କିସ୍ତି । ହେଲେ ଆବେଦନକାରୀଙ୍କ ବିଭିନ୍ନ ତ୍ରୁଟି ଯୋଗୁଁ ଏନେଇ ଏବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଘରେ ଘରେ ସର୍ଭେ କରୁଛି ସୁଭଦ୍ରା ଟିମ୍ । ଆଉ ସର୍ଭେ ସରିବା ପରେ ଜାନୁଆରୀ ଆଡକୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି । ଆଉ ଏହା ପରେ ପୁଣି ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ।