ନୂଆଦିଲ୍ଲୀ: ୨୦୨୫ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ରହିଛି।ଜାନୁଆରୀ ୧ରେ ଅନେକ ଆର୍ଥିକ ପରିବର୍ତ୍ତନ ହେବ ଯାହାକି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିପାରେ। ତେବେ ଏଲପିଜି ମୂଲ୍ୟ ଠାରୁ ଆରମ୍ଭ କରି ୟୁପିଆଇ ବ୍ୟବହାର ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।
* ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୭୩.୫୮ ଡଲାର ରହିଛି। ଫଳରେ ଏହାର ପ୍ରଭାବ ଜାନୁୟାରୀ ୧ରୁ ଏଲପିଜି ମୂଲ୍ୟରେ ମଧ୍ଯ ପଡିପାରେ।
* ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ (NBFCs) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ (HFCs) ପାଇଁ ଫିକ୍ସ ଡିପୋଜିଟ ସମ୍ବନ୍ଧୀୟ ନିୟମ ମଧ୍ୟ ଜାନୁଆରୀ ୧ରୁ ବଦଳିବ।
* ଜାନୁୟାରୀ ୧, ୨୦୨୫ରୁ ଟିକସଦାତାଙ୍କୁ ଜିଏସଟି ନିୟମକୁ କଡାକଡି ଭାବେ ମାନିବାକୁ ପଡିବ। ସୁରକ୍ଷା ବୃଦ୍ଧି ପାଇଁ ଜିଏସଟି ପୋର୍ଟାଲ ଅନ୍ତର୍ଗତଃ ରହୁଥିବା ସମସ୍ତ ଟିକସଦାତାଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବ।
* UPI 123 ପେ ପାଇଁ ଟଙ୍କା ନେଣଦେଣର ସୀମା ଜାନୁୟାରୀ ୧ରୁ ବୃଦ୍ଧି କରାଯିବ। ଏହାପୂର୍ବରୁ ସର୍ବାଧିକ ନେଣଦେଣ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ।
* କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ରେ ପଞ୍ଜୀକୃତ ହୋଇଥିବା ୭ କୋଟିରୁ ଅଧିକ କର୍ମଚାରୀ ନୂଆ ବର୍ଷରେ ଏକ ବିଶେଷ ଉପହାର ପାଇପାରିବେ। ଯେଉଁଥିରେ ଡେବିଟ୍ କାର୍ଡ ପରି ଏଟିଏମରୁ ପିଏଫ ଉଠାଇବା ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।