ଭାରତରେ ୧୦୦ କୋଟି ପାର୍ କଲା ‘ମୁଫାସା: ଦ ଲାୟନ କିଙ୍ଗ…

ମୁମ୍ବାଇ: ଶାହରୁଖ ଖାନଙ୍କ ଦମଦାର ଭଏସରେ ରିଲିଜ ହୋଇଥିବା ‘ମୁଫାସା- ଦ ଲାୟନ କିଙ୍ଗ’ ଭାରତର ବକ୍ସ ଅଫିସରେ ରାଜ କରୁଛି। ଏହି ହଲିଉଡ୍ ଫିଲ୍ମ ଭାରତୀୟଙ୍କ ହୃଦୟ ଜିତିପାରିଛି।

ସେଥିପାଇଁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ର ବର୍ତ୍ତମାନ ଭାରତରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି।

ରିପୋର୍ଟ ଅନୁଯାୟୀ, ‘ମୁଫାସା- ଦ ଲାୟନ କିଙ୍ଗ’ ୧୧ ଦିନରେ ୫.୪ କୋଟି ଟଙ୍କା ସଂଗ୍ରହ କରିଛି। ପରବର୍ତ୍ତୀ ସମୟରେ ମୋଟ ସଂଗ୍ରହ ୧୦୭.୧ କୋଟିରେ ପହଞ୍ଚିଛି। ଯେଉଁଥିରେ ୩୭ କୋଟି ହିନ୍ଦୀରେ, ୩୭.୧୫ କୋଟି ଇଂରାଜୀରେ, ତେଲୁଗୁରେ ୧୪.୩୫ କୋଟି ଏବଂ ତାମିଲରେ ୧୮.୫ କୋଟି ରହିଛି।

ଅପରପକ୍ଷରେ ମୁଫାସା ପ୍ରଥମ ସପ୍ତାହରେ ୭୪.୨୫ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏହା ପରେ ୮ମ ଦିନରେ ୬.୨୫ କୋଟି, ନବମ ଦିନରେ ୯.୬ କୋଟି ଏବଂ ଦଶମ ଦିନରେ ୧୧.୬ କୋଟି ସଂଗ୍ରହ କରିଥିଲା।

Leave A Reply

Your email address will not be published.