ଶିଖର ଧୱନକୁ ବିବାହ କଲେ କି ହୁମା କୁରେଶି?

ମୁମ୍ବାଇ: କ୍ରିକେଟର ଶିଖର ଧୱନ ଓ ବଲିଉଡ ଅଭିନେତ୍ରୀ ହୁମା କୁରେଶିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଶିଖର ଧୱନ ଶେରୱାନି ଓ ହୁମା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛି। ଏପରିକି ଶିଖର, ହୁମାଙ୍କୁ କିସ୍ କରୁଥିବାର ମଧ୍ଯ ଦେଖିବାକୁ ମିଳିଛି।

ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ସେମାନଙ୍କର ସମ୍ପର୍କକୁ ନେଇ  କୌଣସି ଖବର ଏପର୍ଯ୍ୟନ୍ତ ଆସିନାହିଁ ତାହେଲେ ଏ ସବୁ କିପରି ହେଲା। ତେବେ ଏହି ସବୁ ଫଟୋ ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ କୌଣସି ସତ୍ୟତା ନାହିଁ।

ଏହି ଫଟୋ ଗୁଡିକ ଡବଲ୍ ଏକ୍ସଏଲ୍ ଚଳଚ୍ଚିତ୍ରରୁ ଅଣାଯାଇଛି। ଯେଉଁଥିରେ ହୁମା ଏବଂ ଶିଖର ଏକାଠି ମିଶି ଏକ ଡ୍ୟାନ୍ସ ସିନ୍ ରେ କାମ କରିଥିଲେ।

Leave A Reply

Your email address will not be published.