ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍ସିପି)। କାରଣ ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହାସହ ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଦଳ ମହାରାଷ୍ଟ୍ରରରେ ବିଜେପି ସହିତ ମିଶି କ୍ଷମତା ରହିଛି। ହେଲେ ଦିଲ୍ଲୀରେ ବିଜେପି ସହିତ ନମିଶି ଏକା ନିର୍ବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ଅଜିତ ପାୱାର ସ୍ପଷ୍ଟ କରିଦେଇଛନ୍ତି।
ବିଶ୍ୱନାଥ ଅଗ୍ରୱାଲଙ୍କୁ ଏନସିପି ହାଇ-ପ୍ରୋଫାଇଲ୍ ଆସନ ନୂଆଦିଲ୍ଲୀରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କ ମୁକାବିଲା ସିଧାସଳଖ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ସହିତ ହେବ। ଏନସିପି ପୂର୍ବରୁ ତାର ପ୍ରଥମ ତାଲିକା ପ୍ରକାଶ କରିସାରିଛି ଏବଂ ଏବେ ଦ୍ୱିତୀୟ ତାଲିକା ସହିତ ଦଳ ନିଜର ରଣନୀତିକୁ ଆହୁରି ମଜବୁତ କରିଛି। ଦଳ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଛି, ଯେଉଁଥିରେ ଦିଲ୍ଲୀର ବିଭିନ୍ନ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି।
ଏହି ତାଲିକା ଏନସିପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଦଳର ବିଜୟ ସୁନିଶ୍ଚିତ କରିବା ପାଇଁ କଠିନ ପରିଶ୍ରମ କରିବେ। ଏହା ଘୋଷଣା କରି ଦଳର ନେତା ଅଜିତ ପାୱାର କହିଛନ୍ତି ଯେ ଦଳ ତାର ପ୍ରତିଶ୍ରୁତି ପୂରଣ କରିବ ଏବଂ ଦିଲ୍ଲୀବାସୀଙ୍କ ଆଶା ପୂରଣ କରିବ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଓ କାଲକାଜୀ ଆସନରେ ରୋଚକ ଫାଇଟ୍ ହେବ। କାରଣ ଏଠାରେ ହେବି ୱେଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆପ୍ର ଅରବିନ୍ଦ କେଜରିୱାଲ୍ ଏହି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ପରବେଶ ବର୍ମାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ଏହି ଆସନରୁ ଟିକେଟ୍ ଦେଇଛି। ନିର୍ବାଚନ ସରଗରମ ରହିଥିବା ବେଳେ ସବୁ ଦଳର ପ୍ରଚାର ଜୋର ଧରିଛି।