ନବୀନଙ୍କ ପରେ କିଏ ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ? କାହା ଆଡକୁ ଇସାରା ଦେଲେ ପ୍ରଦୀପ…

ଭୁବନେଶ୍ବର: ଯିଏ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ପୁଣି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଫାଇଲ ଏବେ ପୁଣି ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନେଇ ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି, ଦୁର୍ଭାଗ୍ୟର ବିଷୟ, ସେତେବେଳେ କ୍ଷମତା ଓ ସଂପତ୍ତି ଲୋଭରେ ନବ ଦାସଙ୍କ ପରିବାର ଚୁପ୍ ରହିଲେ ।

ହେଲେ ତଦନ୍ତ ଠିକ୍ ବାଟରେ ଯାଉଛି । ଏଥିରେ ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।ଏଥିସହିତ ସେ ଏହାବି କହିଛନ୍ତି, ନବୀନଙ୍କ ପରେ, ଯେଉଁ ବିଜେଡିର ନେତାଟି ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସେ ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ତାହା ଆଜି ପ୍ରମାଣିତ ହେବାକୁ ଯାଉଛି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା, କିଏ ସେହି ବ୍ୟକ୍ତି? ହତ୍ୟାକାରୀ ଗୋପାଳ ଥିଲା ନା ଆଉ କିଏ? ଗୋପାଳକୁ ମୋହରା କରି କିଏ ସାଜିଥିଲା ମୁଖ୍ୟ ଷଡଯନ୍ତ୍ରକାରୀ?

–ଏନେଇ କ’ଣ ଅଧିକ ତଦନ୍ତ କରିବ ସିବିଆଇ? ତାକୁ ନେଇ ଏବେ ଧିରେ ଧିରେ ନୂଆ ନୂଆ ମୋଡ ନେବାରେ ଲାଗିଛି ନବ ଦାସଙ୍କ ହତ୍ୟା ଘଟଣା  ।

Leave A Reply

Your email address will not be published.